ଆଲୋକିତ ଓଡ଼ିଶା ବ୍ୟୁରୋ: ସାଇବର ଥାନାରେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ କୃଷ୍ଣଚନ୍ଦ୍ର ବେହେରା । ୧୪ ବର୍ଷ ତଳର ପୁରୁଣା ଗୀତ ଚୋରି ଅଭିଯୋଗରେ ଉଭୟ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ଗୀତକୁ ନିଜର ଦର୍ଶାଇ ଅନ୍ୟ ପ୍ରଯୋଜକ ଓ କଣ୍ଠଶିଳ୍ପୀ ବାଃ ବାଃ ନେଉଛନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଆଣି ନ୍ୟାୟ ଦାବି କରିଛନ୍ତି ପମି । ଏ ନେଇ ସାଇସାଗର କ୍ରିଏସନ ଓ ପବିତ୍ର ଏଣ୍ଟରଟେଣ୍ଟମେଣ୍ଟ ନାଁ ରେ ସେ ସାଇବର ଥାନାରେ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରୁ ଗୀତକୁ ଡାଉନଲୋଡ୍ କରି ନିଜ ୟୁଟ୍ୟୁବ୍ ଚେନାଲ ଉପଲୋଡ଼ କରିଛନ୍ତି । ପ୍ରତିଭା ଦାସ ଓ ପ୍ରସନ୍ନ କୁମାର ଉପାଧ୍ୟାୟ ଓ ତାଙ୍କ ଚ୍ୟାନେଲ ନାମରେ ପୂର୍ବରୁ ମାନହାନି ମୋକଦ୍ଦମା କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପମି ମିଶ୍ର ।
Related Stories
October 9, 2024
September 30, 2024