ଆଲୋକିତ ଓଡ଼ିଶା ବ୍ୟୁରୋ :ରାଜଧାନୀରେ ମାତିଛନ୍ତି ଜମି ପୋଜେସନ ଗ୍ୟାଙ୍ଗ । କିଟ୍ ଛକରେ ଜଣେ ମହିଳାଙ୍କ ଘରକୁ ଜୋର ଜବରଦସ୍ତି ଅକ୍ତିଆର କରିବା ଅଭିଯୋଗରେ ୩ ଜଣ ଜମି ଦଲାଲ ଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ଗତ ୨ ତାରିଖରେ ଘଟିଥିବା ଏହି ଘଟଣା ଘଟିଥିବା ବେଳେ ମହିଳାଙ୍କ ପାଚେରୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ରାଜଧାନୀ ରେ ମାତିଛନ୍ତି ଜମି ପୋଜେସନ ଗ୍ୟାଙ୍ଗ। ଟଙ୍କା ପାଇଁ ଅନ୍ୟର ଜମି କିମ୍ବା ଘରକୁ ଅକ୍ତିଆରକୁ ଆଣୁଛନ୍ତି । ଅଭିଯୋଗ ପରେ ୩ ଗିରଫ ଅନେକ ଫେରାର । ପୋଲିସ ଯେପଜାତରେ ଥିବା ଏମାନେ ଜଣେ ଜଣେ ଜମି ଦଲାଲ। ସୁପାରୀ ନେଇ ଅନ୍ୟର ଜମିକୁ ଅକ୍ତିଆର କରନ୍ତି ଏହି ଗ୍ୟାଙ୍ଗ । ଗତ ୨ ତାରିଖରେ ଇନଫୋସିଟି ଥାନା କୀଟ ଛକ ନିକଟରେ ଥିବା ଜଣେ ମହିଳାଙ୍କ ଘରକୁ ଅକ୍ତିଆର କରିବା ପାଇଁ ଚେଷ୍ଟା କରିଥିଲେ। ଘରର କାନ୍ଥ ଭାଙ୍ଗିବା ସହ ଜେସିବି ଲଗାଇ ଘର ଭାଂଗି ଦେବାକୁ ବସିଥିଲେ । ଏନେଇ ମହିଳାଙ୍କ ପୁଅ ବୋହୁ ବିରୋଧ କରିବାରୁ ତାଙ୍କୁ ଧମକ ଦେବସହ ଭୟବିତ କରିଥିଲେ । ତେବେ ଶୁଣନ୍ତୁ କିଭଳି ଘର ଅକ୍ତିଆର କରିବାକୁ ବସିଥିଲେ ଏହି ଗ୍ୟାଙ୍ଗ ।
ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା ଇନଫୋସିଟି ଥାନା ପୋଲିସ। ଗଣ୍ଡଗୋଳ କରୁଥିବା ଅଭିଯୋଗ ରେ ୩ ଜଣକୁ ଗିରଫ କରାଯାଇଛି । ଡ଼ିସିପି କହିଛନ୍ତି, ଏମାନେ ଗୋଟିଏ ଗ୍ୟାଙ୍ଗ। ୧୦ରୁ ୧୫ ଜଣ ଏହି ଗ୍ୟାଙ୍ଗ ରେ ରହିଛନ୍ତି । ସୁପାରୀ ନେଇ ଅନ୍ୟର ଜମିକୁ ଜୋର ଜବରଦସ୍ତି ଅକ୍ତିଆର କରିଥିଲେ । ତଦନ୍ତ ରୁ ଜଣା ପଡ଼ିଛି ଯେ ଏମାନେ ମୃତ ବ୍ୟକ୍ତିଙ୍କ ନାମରେ power of ଆଟର୍ଣି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଆଗ୍ରୀମେଣ୍ଟ କରି ଜମି ବିକୁଥିଲେ । ଗିରଫ ଅଭିଯୁକ୍ତ ହେଲେ ମାନସ ସାହୁ,ନିରଞ୍ଜନ ରାଉତ,ଜଗଦୀଶ ପାଟସାଣି । ଫେରାର ଥିବା ଅନ୍ୟ ମାନଙ୍କୁ ଧରିବା ପାଇଁ ରେଡ଼ କରୁଛି ପୋଲିସ ।
ରାଜଧାନୀ ରେ ଜମି ପୋଜେସନ ଗ୍ୟାଙ୍ଗ ମୁଣ୍ଡ ଟେକିବା ନୂଆ କଥା ନୁହେଁ । ଗତବର୍ଷ ନୟାପଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜାଗାକୁ ମାଡି ବସିଥିବା ବେଳେ ୧୦ ରୁ ଅଧିକ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଆଗକୁ ଏଭଳି ଗ୍ୟାଙ୍ଗ ମୁଣ୍ଡ ଟେକିଲେ ପୋଲିସକୁ ଅବଗତ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି।