ଆଲୋକିତ ଓଡ଼ିଶା ବ୍ୟୁରୋ :ମହାକାଶଚାରୀ ସୁନୀତା ୱିଲିୟମସଙ୍କୁ ଉଦ୍ଧାର କରିବାକୁ ନାସାର ଅଭିଯାନ ଆରମ୍ଭ। ଦୁଇ ଚାଳକ ଦଳକୁ ନେଇ ଉଡ଼଼ାଣ ଭରିଲା କ୍ରୁ-୯ ଡ୍ରାଗନ କ୍ଯାପସୁଲ। ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଉଦ୍ଧାରକାରୀ ଟିମ ପଠାଇଲା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ଗତ ୬ ଜୁନରୁ ଇଣ୍ଟରନାସନାଲ ସ୍ପେସ ଷ୍ଟେସନରେ ଫସି ରହିଛନ୍ତି ଦୁଇ ମହାକାଶଚାରୀ। ସେମାନଙ୍କୁ ଉଦ୍ଧାର କରିବାକୁ ସ୍ପେସଏକ୍ସ ପକ୍ଷରୁ ଆରମ୍ଭ ହୋଇଛି ରେସକ୍ଯୁ ଅପରେସନ। ସ୍ପେସଏକ୍ସର ଦୁଇ ଚାଳକ ଦଳକୁ ନେଇ ଟିମ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନ ଯିବ। ଏମାନଙ୍କମଧ୍ୟରେ ଜଣେ ଆମେରିକୀୟ ମହାକାଶଚାରୀ ଥିବାବେଳେ ଅନ୍ୟଜଣେ ରୁଷିଆର ମହାକାଶଚାରୀ। ର କରିବ।
ଗତ ଜୁନ ୬ ତାରିଖରେ ଇଣ୍ଟରନାସନାଲ ସ୍ପେଷ ଷ୍ଟେସନକୁ ଯାଇଥିଲେ ମହାକାଶଚାରୀ ସୁନୀତା ୱିଲିୟମସ ଓ ବେରି ୱିଲମୋର। ସେହିଦିନଠାରୁ ଦୁଇ ବୈଜ୍ଞାନିକ ସେଠାରେ ଫସି ରହିଛନ୍ତି। ନାସାର ବ୍ୟବସାୟିକ ଉଡ଼ାଣ ହିସାବରେ କ୍ରୁ ନାଇନ ମିଶନ ସ୍ପେସଏକ୍ସର ନବମ ଉଡ଼ାଣ। ଫ୍ଲୋରିଡାର କେପ କେନାବେରେଲ ସ୍ପେସ କୋର୍ସ ଷ୍ଟେସନରୁ ଏହି ମହାକାଶ ଯାନ ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୧୦ଟା ୪୭ ମିନିଟରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଥିଲା। ସବୁ ଠିକଠାକ ଚାଲିବେ ଆସନ୍ତା ୩୦ ତାରିଖରେ ସୋମବାର ଭାରତୀୟ ସମୟ ଭୋର ୩ଟା ସମୟରେ ଏହି ଯାନ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନରେ ଓହ୍ଲାଇବ। ଏହି ଯାନରେ ଦୁଇଟି ସିଟ୍ ଫାଙ୍କା ରଖାଯାଇଛି। ସେଠାରୁ ଫସି ରହିଥିବା ଦୁଇ ବୈଜ୍ଞାନିକକୁ ଏହି ଟିମ ଉଦ୍ଧା