ଆଲୋକତ ଓଡ଼ିଶା ବ୍ୟୁରୋ :ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ସୋମବାର ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ। ସେମିତି ପ୍ରଥମ ସେମିରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଚୀନ ।ଭାରତ ୫ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇ ସର୍ବାଧିକ ୧୫ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲା । ମାତ୍ର କୋରିଆ ଗୋଟିଏ ମ୍ୟାଚ୍ ବିଜୟ ଏବଂ ୩ଟି ଡ୍ର’ ରଖି ମୋଟ୍ ୬ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା ।ଭାରତ ପୂର୍ବରୁ କୋରିଆ, ମାଲେସିଆ, ଜାପାନ, ଚୀନ ଓ ପାକିସ୍ତାନକୁ ପରାଜିତ କରି ଅପରାଜେୟ ରହିଛି । ଏହି ୫ଟି ମ୍ୟାଚ୍ରେ ଦଳ ମୋଟ୍ ୨୧ଟି ଗୋଲ୍ ଦେଇଛି । ମାଲେସିଆ ବିପକ୍ଷରେ ସର୍ବାଧିକ ୮ଟି ଗୋଲ୍ ଦେଇଥିଲା ।ଭାରତୀୟ ଦଳ ଯେଉଁଭଳି ପ୍ରଦର୍ଶନ ଜାରି ରଖିଛି ତାହା ବେଶ ଅଦ୍ଭୁତ ରହିଛି । ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ରେ ୨-୧ ଗୋଲରେ ବିଜୟୀ ହୋଇଥିଲା । ଡ୍ରାଗ୍ ଫ୍ଲିକର ସ୍ପେଶାଲିଷ୍ଟ ହର୍ମନପ୍ରୀତ ସିଂ ଉଭୟ ଗୋଲ୍ ସ୍କୋର କରିଥିଲେ । କୋରିଆ ଦଳ ଜାପାନ, ପାକିସ୍ତାନ ଏବଂ ମାଲେସିଆ ସହ ମ୍ୟାଚ୍ ଅମୀମାଂସିତ ରଖି ପଏଣ୍ଟ ଭାଗ କରିଥିଲା । ଦଳ କେବଳ ଚୀନ ବିପକ୍ଷରେ ବିଜୟୀ ହୋଇଥିଲା । ଶକ୍ତିଶାଳୀ ପାକିସ୍ତାନ ବିପକ୍ଷରେ କୋରିଆ ଭଲ ପ୍ରଦର୍ଶନ କରିଥିଲା । ତେଣୁ ଦଳକୁ ଦୁର୍ବଳ ମନେ କରିବା ଅନୁଚିତ ।ସେହି ଅନୁସାରେ ଭାରତୀୟ ଦଳ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ । କୋଚ କ୍ରାଗ ଫୁଲଟନଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରୁଛି । ଗତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳର ପ୍ରଦର୍ଶନ ଅତି ଉଚ୍ଚକୋଟୀର ରହିଥିଲା । ଫଳରେ ଦଳ ଅଲିମ୍ପିକ୍ସରେ କ୍ରମାନ୍ୱୟରେ ଦ୍ୱିତୀୟ ଥର ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲା ।କୋରିଆକୁ ପରାଜିତ କଲେ ଭାରତ ଫାଇନାଲରେ ପ୍ରବେଶ କରିବ । ପ୍ରଥମ ସେମିରେ ପାକିସ୍ତାନର ପଲା ଭାରି ରହିଛି । ତେଣୁ ଫାଇନାଲରେ ପୁଣି ଥରେ ଭାରତ ଓ ପାକିସ୍ତାନ ଭେଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
Related Stories
September 29, 2024
September 17, 2024
September 17, 2024