ଆଲୋକିତ ଓଡିଶ:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୮ତାରିଖରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେଠାରେ ‘ସିଏମ୍ କିଷାନ ଯୋଜନା’ର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । କାଳିଆ ଯୋଜନାର ସଂଶୋଧିତ ନାମ ‘ସିଏମ କିଷାନ ଯୋଜନା’ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେପ୍ଟେମ୍ବର ୮ତାରିଖରେ ଦୁଇଦିନିଆ ସମ୍ବଲପୁର ଗସ୍ତରେ ଯାଇ ପ୍ରଥମଦିନ ରବିବାର ‘ସିଏମ୍ କିଷାନ ଯୋଜନା’ର ଶୁଭାରମ୍ଭ କରିବେ । ସମ୍ବଲପୁରରେ ‘ନୂଆଖାଇ ଭେଟଘାଟ’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରତ୍ୟକ୍ଷ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।