ସାରା ରାଜ୍ୟରେ ସୋମବାର ବ୍ୟାଙ୍କ ବନ୍ଦ |
ଆଲୋକତ ଓଡିଶା ବ୍ୟୁରୋ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ସୋମବାର (ସେପ୍ଟେମ୍ବର ୯ ତାରିଖ)ରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏଥିସହ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥା ମଧ୍ୟ ବନ୍ଦ ରହିବ। ସମସ୍ତ ବ୍ୟାଙ୍କ ଛୁଟି ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
କିଛି ଦିନ ପୂର୍ବରୁ ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପଡୁଛି।