ଆଲୋକିତ ଓଡ଼ିଶା ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ୧୮ ବର୍ଷୀୟ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନା ରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜ । ଘଟଣା ଟି ୧୬ ତାରିଖ ସୋମବାର ଘଟିଛି । ପୀଡିତା ଜଣକ ମଙ୍ଗଳବାର କୁତ୍ରା ଥାନାରେ ଏ ନେଇ ଏତଲା ଦେବା ପରେ କୁତ୍ରା ପୋଲିସ ମାମଲା ରୁଜ କରି ତଦନ୍ତ ଜାରି ରଖିଛି । ଯୁବତୀଙ୍କୁ ତିନି ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାବାଳକ ଥିବା ନେଇ ସୂଚନା ରହିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।
Related Stories
October 9, 2024
September 30, 2024