
ଆଲୋକିତ ଓଡ଼ିଶା ବ୍ୟୁରୋ :କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଥିବା ପେଟାପାଙ୍ଗା ପଞ୍ଚାୟତ ଶ୍ରମାନାଜୁ ଗ୍ରାମର ଏକ ଅସହାୟ ପରିବାରକୁ ସାହ୍ୟ ହୋଇଛନ୍ତି କୁନା ଦିଗାଲ । ପରିବାର କହିଲେ ତିନି ନାବାଳକ ଭାଇ ଓ ଭଉଣି ସେଥିରେ ସାନ ଭଉଣୀ ବିକଳାଙ୍ଗ । ମା ଦୀର୍ଘବର୍ଷ ହେଲା ତିନି ଛୁଆକୁ ଛାଡ଼ି ଅନ୍ୟତ୍ର କୁଆଡେ଼ ପଳେଇ ଥିବାରୁ ବାପା ବହୁ ଦୁଃଖକଷ୍ଟରେ ମଜୁରୀ ଲାଗି ତିନି ଛୁଆକୁ ଭରଣ ପୋଷଣ କରୁଥିଲେ l ହେଲେ ଗତ କିଛିମାସ ହେଲା ବାପା ମଧ୍ୟ ଆରପାରିକୁ ଚାଲି ଯିବାରୁ ଏବେ ତିନି ଭାଇଭଉଣୀ ଅସହାୟ ହୋଇ ପଡିଛନ୍ତି । ତାଙ୍କର ନାଅଛି ଭଲ ବାସଗୃହ ନା ଅଛି କାମଧନ୍ଦା କରି ଚଳିଵାପାଇଁ ବୟସ ନା ମିଳୁଛି ସାନ ଆଠବର୍ଷ ର ଶିଶୁକନ୍ୟା କୁ ଭିନ୍ନକ୍ଷମ ଭତ୍ତା ନା ପଢ଼ିବା ପାଇଁ ପାଉଛନ୍ତି ସରକାରୀ ସହାୟତା ପଡ଼ୋଶୀ ଘରର ସାହାଯ୍ୟ ସହଯୋଗରେ ଦୁଃଖ କଷ୍ଟରେ ରହୁଛନ୍ତି ତିନି ଅସହାୟ ଶିଶୁ l ଏଭଳି ଖବର ଜଣେ ସମାଜସେବୀ ଆମନ କୁମାର ନାୟକ ଲୋକ ଲୋଚନକୁ ଆଣିଥିଲେ l ଉକ୍ତ ଖବର ପାଇ AICWCର ରାଜ୍ୟ ଉପସଭାପତି ତଥାପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ ଉକ୍ତ ଗ୍ରାମରେ ପହଁଚି ଅସହାୟ ଶିଶୁ ମାନଙ୍କ ପାଠ ପଢ଼ିଵା ରହିବା ଖାଇବା ଏବଂ ଭିନ୍ନକ୍ଷମ ଶିଶୁକନ୍ୟା କୁ କିପରି ଯଥା ଶୀଘ୍ର ଭତ୍ତା ପ୍ରଦାନ କରାଯିବ ସେନେଇଁ ଆଶୋଷନା ଦେବା ସହିତ ଗ୍ରାମବାସୀଙ୍କ ସହିତ ଏବିଷୟରେ ଆଲୋଚନା କରି ଥିଲେ ଅଧ୍ୟକ୍ଷ ଶ୍ରୀ ଦିଗାଲ ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ ପିପଦ୍ମା ମହୋଦୟାଙ୍କୁ ଯୋଗାଯୋଗ କରିବାରୁ ଅଧିକାରିଣୀ ଭିନ୍ନକ୍ଷମ ଭତ୍ତା ସାଙ୍ଗସେନ୍ କରିଛନ୍ତି l ଅଧ୍ୟକ୍ଷ ଶ୍ରୀ ଦିଗାଲ ଏହି ତିନି ଶିଶୁ ଙ୍କୁ 18 ବର୍ଷ ହେବା ପର୍ଯ୍ୟନ୍ତ କିପରି 3000 ହଜାର ଲେଖାଏଁ ସହାୟତା ପାଇବେ ସେନେଇଁ ମଧ୍ୟ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି l ଗ୍ରାମବାସି ଜିଲ୍ଲା ନୂତନ ଜିଲ୍ଲାପାଳ ଆମ୍ବ୍ରିତ ଋତୁରାଜ ଏବଂ ଅଧ୍ୟକ୍ଷ ଶ୍ରୀ ଦିଗାଲ ସମାଜସେବୀ ଆମନ ଏବଂ ସାମାଜିକ ସୁରକ୍ଷା ଅଧିକାରୀଣି ମହୋଦୟା ଙ୍କୁ ସାଧୁବାସ ଜଣେଇ ଛନ୍ତି l