
ଆଲୋକିତ ଓଡ଼ିଶା :ପାରା ଅଲିମ୍ପିକ୍ସରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର। ସେ ପୁରୁଷ ଉଚ୍ଚ ଡିଆଁର ଟି ୬୪ ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଛନ୍ତି।
ଆରମ୍ଭରୁ କମାଲ କରିଥିବା ପ୍ରବୀଣ ୨.୦୮ ମିଟର ଉଚ୍ଚକୁ କ୍ଲିୟର କରିଛନ୍ତି। ଏହାପରେ ସେ ୨.୧୦ ମିଟର ମଧ୍ୟ କ୍ଲିୟର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସଫଳ ହୋଇ ପାରି ନଥିଲା। ତଥାପି ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ୨.୦୮ ମିଟର ହେଉଛି ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଥିଲେ। ଏଥର ଦେଶ ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା। ସେ ମଧ୍ୟ ଦେଶବାସୀଙ୍କୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି।