
ଆଲୋକିତ ଓଡ଼ିଶା : ଏନ.ଏନ.ଏସ ଫିରିଙ୍ଗିଆ ପୋଲିସ ଅଟୋ, ସ୍କୁଟି ସହ ୧୪ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି I କିଛିଦିନ ହେଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳ ରେ ଗଞ୍ଜେଇ କାରବାର ବଢ଼ି ଚାଲିଥିବା ବେଳେ ପୋଲିସ ମଧ୍ୟ୍ୟ ଏହି ଗଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଚେଷ୍ଟା ଜାରି ରଖିଛି I ତେବେ ପୋଲିସ ର ସୂଚନା ଅନୁସାରେ ଶନିବାର ଦିନ ୧୨ ଟା ସମୟରେ ଅର୍ଥାତ ଦିନ ବେଳେ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ ଥାନା ମୁଣ୍ଡା ସାହି ନିକଟରେ ରାସ୍ତା ଉପରେ କିଛି ଗଞ୍ଜେଇ ମାଫିଆ ଏକ ସ୍କୁଟିରେ ଗଞ୍ଜେଇ ଆଣି ଏକ ଅଟୋରେ ବୋଝେଇ କରୁଥିଲେ I ଠିକ ଏହି ସମୟରେ ଖବରପାଇ ଫିରିଙ୍ଗିଆ ପୋଲିସ ସମ୍ପୃକ୍ତ ଅଟୋ ଓ ସ୍କୁଟିକୁ ୧୪ କିଲୋ ଗଞ୍ଜେଇ ସହ ଜବତ କରିଥିବା ବେଳେ ପୋଲିସକୁ ଦେଖି ସମ୍ପୃକ୍ତ ମାଫିଆ ମାନେ ଫେରାର ହେବାକୁ ଚେଷ୍ଟା କରୁଥିଲେ ଇ ଏହି ସମୟରେ ଫିରିଙ୍ଗିଆ ପୋଲିସ ୩ ଜଣକୁ ଧରିବାରେ ସଫଳ ହୋଇଛି ତେବେ ଗିରଫ ହୋଇଥିବା ୩ ଜଣ ଗଞ୍ଜେଇ ମାଫିଆ ମାନଙ୍କ ମଧ୍ୟ୍ୟରୁ ୨ ଜଣ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଜଗାରପଦର ଗାଁର ସଞ୍ଜୟ କହଁର ଓ ତ୍ରିନାଥ ଦିଗାଲ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ମାଫିଆ ଜାର୍ଗିପଦର ଗାଁର ବିପ୍ଳବ ଦିଗାଲ ବୋଲି ଜଣାପଡିଛି I ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧୮୯/୨୪ ରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇ ଗଞ୍ଜେଇ ଚାଲାଣ କାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରାଦନ ସୂଚନା ଦେଇଛନ୍ତି I ଅନୁରୂପ ଭାବରେ ସେହି ଶନିବାର ଦିନ ସନ୍ଧ୍ୟା ସମୟରେ ଫିରିଙ୍ଗିଆ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ କାଳିପଙ୍ଗା ଗାଁ ନିକଟରେ ଜଣେ ବ୍ୟକ୍ତି କାନ୍ଧରେ ଗଞ୍ଜେଇ ଧରି ଚାଲିଚାଲି ଯାଉଥିବା ସମୟରେ ଅଟକାଇ ଥିଲେ I ପୋଲିସକୁ ଦେଖି ବ୍ୟକ୍ତି ଜଣକ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା I ତେବେ ଏହି ଘଟଣାରେ ପୋଲିସ ୨୧ କେଜି ଗଞ୍ଜେଇକୁ ଜବତ କରିଥିବା ବେଳେ ଏହି ଘଟଣାରେ ମଧ୍ୟ ୧୮୮/୨୪ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି I ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ନା ପୋଲିସ କହିନଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଙ୍କ ନାରେ ମଧ୍ୟ୍ୟ ମାମଲା ରୁଜୁ ହୋଇଛି ଓ ଖୁବ ଶୀଘ୍ର ତାକୁ ମଧ୍ୟ୍ୟ ଧରାଯିବ ବୋଲି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I