ଆଲୋକିତ ଓଡ଼ିଶା ବ୍ୟୁରୋ :ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍ । ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ଯାଜଳ ନିଷ୍କାସନ ହେଉଛି। ବାମ ପାଖରୁ ୮ଟି ଗେଟ୍ ଖୋଲିଥିବା ବେଳେ ଡାହାଣ ପାଖରୁ ୪ଟି ଗେଟ୍ ଖୋଲିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାର ମଧ୍ଯରେ ବନ୍ଯାଜଳ ପ୍ରବେଶ ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୨୭ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୯ ହଜାର ୩୪୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧ ଲକ୍ଷ ୩୬ ହଜାର ଘନଫୁଟ ପାଣି । ଆଗକୁ ଅଧିକ ପାଣି ଆସିବା ସମ୍ଭାବନା ଥିବାରୁ ହୀରାକୁଦର ଅଧିକ ଗେଟ୍ ଖୋଲିପାରେ ।
Related Stories
October 9, 2024
September 30, 2024